ରୋଗୀ ପଞ୍ଜିକରଣ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ବାଲେଶ୍ୱର

ରୋଗୀ ପଞ୍ଜୀକରଣ (Patient Registration) ସମ୍ବନ୍ଧୀୟ ସୂଚନା

ରୋଗୀ ପଞ୍ଜୀକରଣର ସୁବିଧା

ଡିଏଚଏଚ ବାଲେଶ୍ୱରରେ ରୋଗୀମାନେ ନିମ୍ନଲିଖିତ ଉପାୟରେ OPD, IPD ଓ ଜରୁରୀକାଳୀନ (Emergency) ବିଭାଗରେ ପଞ୍ଜୀକରଣ କରିପାରିବେ।

୧. କାଉଣ୍ଟରରେ ପଞ୍ଜୀକରଣ (Counter Registration)

  • OPD ପଞ୍ଜୀକରଣ କାଉଣ୍ଟରରେ ସିଧାସଳଖ ପଞ୍ଜୀକରଣ କରନ୍ତୁ।

  • ନାମ, ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର ଓ ଠିକଣା ପ୍ରଦାନ କରନ୍ତୁ।

  • ପୂର୍ବରୁ UHID ଥିଲେ ସେହି ନମ୍ବର ବ୍ୟବହାର କରନ୍ତୁ।

୨. ଅନଲାଇନ୍ ପଞ୍ଜୀକରଣ (Online Registration)

  • ମୋବାଇଲ୍ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଅନଲାଇନ୍ OPD ପଞ୍ଜୀକରଣ କରିପାରିବେ।

  • ହସ୍ପିଟାଲରେ ଲମ୍ବା ଧାଡ଼ିରେ ଅପେକ୍ଷା କରିବାର ଆବଶ୍ୟକତା କମିଯାଏ।

  • ଅନଲାଇନ୍ ପଞ୍ଜୀକରଣ ସ୍ଲିପ୍ ଦେଖାଇ ସିଧାସଳଖ ସେବା ଗ୍ରହଣ କରନ୍ତୁ।

୩. ABHA ID ଦ୍ୱାରା ପଞ୍ଜୀକରଣ

  • ନିଜର ABHA ID ବ୍ୟବହାର କରି ଶୀଘ୍ର ପଞ୍ଜୀକରଣ କରନ୍ତୁ।

  • ମୋବାଇଲ୍ ନମ୍ବର କିମ୍ବା ABHA ନମ୍ବର ଦ୍ୱାରା ରୋଗୀଙ୍କ ବିବରଣୀ ଆଣିହେବ।

  • ଏହା ଦ୍ୱାରା ପୁନଃପୁନି ସମାନ ସୂଚନା ଦେବାର ଆବଶ୍ୟକତା ରହିବ ନାହିଁ।

୪. ବାରକୋଡ୍ / QR କୋଡ୍ ସ୍କାନ୍ କରି ପଞ୍ଜୀକରଣ

  • ମୋବାଇଲ୍‌ରେ ଥିବା ABHA Card କିମ୍ବା QR Code ସ୍କାନ୍ କରି ତୁରନ୍ତ ପଞ୍ଜୀକରଣ କରାଯାଇପାରିବ।

  • ଦ୍ରୁତ, ସୁରକ୍ଷିତ ଓ କାଗଜବିହୀନ ସେବା।

୫. ଜରୁରୀକାଳୀନ (Emergency) ପଞ୍ଜୀକରଣ

  • ଜରୁରୀ ରୋଗୀଙ୍କୁ ପ୍ରଥମେ ଚିକିତ୍ସା ସେବା ପ୍ରଦାନ କରାଯାଏ।

  • ଆବଶ୍ୟକ ଅନୁଯାୟୀ ପରେ ପଞ୍ଜୀକରଣ ସମ୍ପୂର୍ଣ୍ଣ କରାଯାଏ।

୬. IPD (ଭର୍ତ୍ତି) ପଞ୍ଜୀକରଣ

  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୋଗୀଙ୍କୁ IPD ରେ ଭର୍ତ୍ତି କରାଯାଏ।

  • OPD/Emergency ରେଜିଷ୍ଟ୍ରେସନ୍ ପରେ IPD Admission କରାଯିବ।

  • ରୋଗୀଙ୍କୁ ଏକ ୟୁନିକ୍ UHID/IPD ନମ୍ବର ପ୍ରଦାନ କରାଯିବ।

ରୋଗୀଙ୍କ ପାଇଁ ଆବଶ୍ୟକ ସୂଚନା

  • ସଠିକ୍ ନାମ, ଠିକଣା ଓ ମୋବାଇଲ୍ ନମ୍ବର ପ୍ରଦାନ କରନ୍ତୁ।

  • ସମ୍ଭବ ହେଲେ ABHA ID ବ୍ୟବହାର କରନ୍ତୁ।

  • ପୂର୍ବରୁ ମିଳିଥିବା UHID/ରୋଗୀ କାର୍ଡ ସାଙ୍ଗରେ ଆଣନ୍ତୁ।

  • ଅନଲାଇନ୍ ପଞ୍ଜୀକରଣ କରି ଧାଡ଼ିରେ ଅପେକ୍ଷା ସମୟ କମାନ୍ତୁ।

ଆମର ଲକ୍ଷ୍ୟ

"ଦ୍ରୁତ, ସହଜ, ସ୍ୱଚ୍ଛ ଏବଂ ଡିଜିଟାଲ୍ ରୋଗୀ ପଞ୍ଜୀକରଣ ସେବା ପ୍ରଦାନ କରିବା।"

ଡିଏଚଏଚ ବାଲେଶ୍ୱର – ଆପଣଙ୍କ ସେବାରେ ସଦା ନିୟୋଜିତ।